Unknown

 

 

 

 

 

 

 

 

 

 

ଆହେ ଦୟାମୟ ବିଶ୍ୱବିହାରୀ

ଶ୍ରୀ ରାମକୃଷ୍ଣ ନନ୍ଦ

 

ଆହେ ଦୟାମୟ ବିଶ୍ୱବିହାରୀ

ଘେନ ଦୟା ବହି ମୋର ଗୁହାରୀ ।୧।

 

ଜଳ ସ୍ଥଳ ବନ ଗିରି ଆକାଶ

ତୁମ ଲୀଳା ସବୁଠାରେ ପ୍ରକାଶ ।୨।

 

ତୁମ ଚରଣରେ ମୋର ଭକତି

ଦିଅ ବିପଦେ ସାହସ ଶକତି ।୩।

 

ମୋର କାମକୁ କରାଅ ସରସ

ମୋର ମୁଖେ ଦିଅ ଚିର ହରସ ।୪।

 

ମୋତେ ଖଳ ଅଳସୁଆ ନିକଟେ

ନିଅ ନାହିଁ ସୁଖେ ଅବା ସଙ୍କଟେ ।୫।

 

ଦୁଃଖି ଅରକ୍ଷିତ ସେବା କାରଣେ

ଦିଅ ବଳ ମୋର କର ଚରଣେ ।୬।

 

ସତ କହିବାକୁ କିଆଁ ଡରିବି

ସତ କହି ପଛେ ମଲେ ମରିବି । ୭।

 

ମୋତେ ଏତିକି ଶିଖାଅ ସାଇଁ ହେ

ମୋର ଧନ ଜନ ଲୋଡା ନାହିଁ ହେ । ୮।

 

ସମାପ୍ତ